ବଲାଙ୍ଗୀର : ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ସିନଖମନ ଜଙ୍ଗଲ ନିକଟରୁ ଜବତ ହେଲା ଗଞ୍ଜେଇ ବୋଝେଇ ଟ୍ରକ । ଫୁଲବାଣୀରୁ ବିହାର ଚାଲାଣ ହେଉଥିବା ଏକ ଗଞ୍ଜେଇ ଭର୍ତ୍ତି ଟ୍ରକକୁ ବଲାଙ୍ଗୀର ଅବକାରୀ ବିଭାଗ ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ୨ ଜଣ ଯୁବକ ଙ୍କୁ ଗିରଫ କରିଛି । ଦୁଇ ଯୁବକ ହେଲେ ପଞ୍ଜାବର ନବପ୍ରୀତ ସିଂ ଓ ବିହାରର ସଫନାମ୍ ସିଂ। ଆଜି ଏକ ମକା ବୋଝେଇ ୧୨ ଚକିଆ ଟ୍ରକରେ ଗଞ୍ଜେଇ ଭର୍ତ୍ତି କରି ବିହାର ଚାଲାଣ ହେଉଥିବା ସମ୍ପର୍କରେ ବଲାଙ୍ଗୀର ଅବକାରୀ ବିଭାଗ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଅଧୀକ୍ଷକ ଅନ୍ନପୂର୍ଣ୍ଣା ରଥଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅବକାରୀ ମୋବାଇଲ ଟିମ ସିନଖମନ ଜଙ୍ଗଲରେ ନାକାବନ୍ଦୀ କରିଥିଲେ । ଅବକାରୀ ବିଭାଗର ହାବୁଡ଼ରେ ପଡିବା ପରେ ଟ୍ରକ୍ ଛାଡି ଅଭିଯୁକ୍ତମାନେ ଘଟଣା ସ୍ଥଳରୁ ଫେରାର ମାରିବାକୁ ଉଦ୍ୟମ କରିଥିଲେ । ତେବେ ଅବକାରୀ ବିଭାଗ ଦୁଇ ଯୁବକ ଙ୍କୁ କାବୁ କରିଥିଲେ ।
Bir yorum bırakın
E-posta adresiniz yayınlanmayacaktır. Gerekli alanlar * ile işaretlenmiştir