LaraMag - Laravel Haber / Dergi Çok Dilli Sistemi

Header
collapse
...
Home / Odisha / ଶ୍ରୀଜୀଉଙ୍କ ବରାହ ଓ ନୃସିଂହ ବେଶ

ଶ୍ରୀଜୀଉଙ୍କ ବରାହ ଓ ନୃସିଂହ ବେଶ

Tem 19, 2026  Sachchida Nanda Mahakur  58 görüntüleme
ଶ୍ରୀଜୀଉଙ୍କ ବରାହ ଓ ନୃସିଂହ ବେଶ

ପାଟଣାଗଡ଼: ବହୁ ପୁରାତନ ପାଟଣାଗଡ଼ ସହରରେ ଦୀର୍ଘ ବର୍ଷରୁ ଚାଲିଆସୁଥିବା ନବ ଦିନାତ୍ମକ ଯାତ୍ରାର ଦ୍ଵିତୀୟ ଦିବସରେ ଆଜି ଶ୍ରୀଜୀଉ ଭକ୍ତଙ୍କୁ ବରାହ ଏବଂ ନୃସିଂହ ବେଶରେ ଦର୍ଶନ ଦେଇଛନ୍ତି । ବଳଦେବ ଜୀଉ ମନ୍ଦିରରୁ ଠାକୁର ବାହାରି ସ୍ଥାନୀୟ ରାମଜୀ ଛକ ନିକଟରେ ଥିବା ନିଜ ମାଉସୀ ମା'ଘରେ ଅବସ୍ଥାନ ସମୟରେ ପ୍ରତିଦିନ ଭିନ୍ନ ଭିନ୍ନ ବେଶରେ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବା ପରମ୍ପରା ଦୀର୍ଘ ବର୍ଷରୁ ଏଠାରେ ଚାଲି ଆସିଛି । ଆଜି ଶ୍ରୀଜୀଉଙ୍କ ଏହି ବିରଳ ବେଶ ଦେଖିବାକୁ ଦିନତମାମ୍ ପ୍ରବଳ ବର୍ଷା ସତ୍ତ୍ବେ ଭକ୍ତ ଏବଂ ଶ୍ରଦ୍ଧାଳୁ ଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ପ୍ରତିଦିନ ସନ୍ଧ୍ୟା ଆଳତୀରେ ମଧ୍ୟ ପ୍ରବଳ ଜନ ସମାଗମ ହୋଇଥ‌ିବା ଜଣାଯାଇଛି । ଅନ୍ୟପଟେ ସୁରକ୍ଷା ଦୃଷ୍ଟିରୁ ଦେବୋତ୍ତର କମିଟି ଏବଂ ରଥଯାତ୍ରା ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।


Paylaş:

Bir yorum bırakın

E-posta adresiniz yayınlanmayacaktır. Gerekli alanlar * ile işaretlenmiştir

Bu sitedeki deneyiminiz çerezlere izin verilerek iyileştirilecektir Çerez Politikası