LaraMag - Laravel Haber / Dergi Çok Dilli Sistemi

Header
collapse
...
Home / Odisha / ୧୩୦ ବୋତଲ କପସିରଫ ସହ ୨ ବାଇକ ଜବତ, ୩ ଯୁବକ ଗିରଫ

୧୩୦ ବୋତଲ କପସିରଫ ସହ ୨ ବାଇକ ଜବତ, ୩ ଯୁବକ ଗିରଫ

Tem 14, 2026  Sachchida Nanda Mahakur  74 görüntüleme
୧୩୦ ବୋତଲ କପସିରଫ ସହ ୨ ବାଇକ ଜବତ, ୩ ଯୁବକ ଗିରଫ

ପାଟଣାଗଡ଼:ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ପୁଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ୧୩୦ ବୋତଲ କପସିରଫ ସହ ୨ ଟି ବାଇକ ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ୩ ଜଣ ଯୁବକ ଙ୍କୁ ଗିରଫ କରିଛି । ଗିରଫ ଯୁବକ ମାନେ ହେଲେ ଭୋଲା ଶଙ୍କର ଦେହିଲା, ବାବୁଲାଲ ମଲ୍ଲିକ ଓ ବନମାଳୀ ଗଦାବ । ପ୍ରକାଶ ଯେ , ୩ ଜଣ ଯୁବକ ବାଇକ ଯୋଗେ ବେଲପଡ଼ା ପଟୁ ଆସୁଥିବାବେଳେ ହରିଶଙ୍କର ଦେଇ ଧଣ୍ଡାମୁଣ୍ଡା ଗ୍ରାମ ପଟକୁ ଯାଉଥିଲେ । ସେହି ସମୟରେ ଯାଉଥିବା ବେଲେ ପୁଲିସ ଯୁବକ ମାନଙ୍କୁ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚପରେ ପୁଲିସ ବାଇକରେ କପସିରଫ ଲୋଡ ହୋଇଥିବା ଜାଣିବାକୁ ପାଇଥିଲା । ପରେ ଘଟଣା ସ୍ଥଳରୁ ଜବତ ହୋଇଥିବା କପସିରଫ ,ଦୁଇବାଇକ ସହ ୩ ଯୁବକଙ୍କୁ ଥାନାକୁ ଆଣି ଅଧିକ ପଚରାଉଚରା କରିଥିଲା । 


Paylaş:

Bir yorum bırakın

E-posta adresiniz yayınlanmayacaktır. Gerekli alanlar * ile işaretlenmiştir

Bu sitedeki deneyiminiz çerezlere izin verilerek iyileştirilecektir Çerez Politikası