LaraMag - Laravel Haber / Dergi Çok Dilli Sistemi

Header
collapse
...
Home / Odisha / ଡାକ୍ତର ଙ୍କ ଅବହେଳା ଯୋଗୁଁ ଉପଖଣ୍ଡ ଚିକିତ୍ସା ଲୟରେ ନବଜାତ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ

ଡାକ୍ତର ଙ୍କ ଅବହେଳା ଯୋଗୁଁ ଉପଖଣ୍ଡ ଚିକିତ୍ସା ଲୟରେ ନବଜାତ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ

Haz 17, 2026  Sachchida Nanda Mahakur  78 görüntüleme
ଡାକ୍ତର ଙ୍କ ଅବହେଳା ଯୋଗୁଁ ଉପଖଣ୍ଡ ଚିକିତ୍ସା ଲୟରେ ନବଜାତ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ

ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଡାକ୍ତରଖାନାରେ ବୁଧବାର ଏକ ଅଭାବନୀୟ ଘଟଣା ଘଟି ଥିବାର ଦେଖିବାକୁ ମିଲିଛି । ଡାକ୍ତର ଙ୍କ ଅବହେଳାରୁ ଜଣେ ନବଜାତ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି । ଶିଶୁ ଙ୍କ ମୃତ୍ୟୁ ହେବା ପରେ କିଛି ସମୟ ପର୍ଯ୍ୟନ୍ତ ଡାକ୍ତରଖାନା ଭିତରେ ପରିବାର ଲୋକଙ୍କ ପକ୍ଷରୁ ହୋହାଲ୍ଲା ହେବା ସହ ଉତ୍ୟେଜନା ମଧ୍ୟ ଦେଖାଯାଇଥିଲା । ଏଘଟଣା ସମ୍ପର୍କରେ ଖପର ପାଇଁ ଘଟଣାସ୍ଥଳକୁ ପାଟଣାଗଡ଼ ପୁଲିସ ପହଞ୍ଚି ପରିବାର ବର୍ଗଙ୍କୁ ବୁଝାସୁଝା କରିଥିଲା । ସୁଚନା ଅନୁସାରେ ପାଟଣାଗଡ ଥାନା ଚିଙ୍ଗେରବନ୍ଦ ଗାଁର ଶରତ ମେହେର ଙ୍କ ସ୍ତ୍ରୀ ଗର୍ଭ ବେଦନା ହେବାରୁ ମଙ୍ଗଳବାର ରାତ୍ରି ୮ ଟା ସମୟରେ ପାଟଣାଗଡ ଡାକ୍ତରଖାନା କୁ ଆଣିଥିଲେ । ସେଠାରେ ତାଙ୍କ ସ୍ତ୍ରୀ ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ । କିନ୍ତୁ ଡାକ୍ତର ଖାନାରେ କୌଣସି ଡାକ୍ତର ନଥିବାରୁ ଶିଶୁ ଙ୍କର ମୃତ୍ୟୁ ହୋଇଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏନେଇ କିଛି ସମୟ ପର୍ଯ୍ୟନ୍ତ ଡାକ୍ତରଖାନା ଭିତରେ ପରିବାର ଲୋକେ ହୋହାଲ୍ଲା କରିବା ପରେ ଉତ୍ତେଜନା ଦେଖାଦେଇଥିଲା । ବୁଧବାର ସକାଳ ପଯ୍ୟନ୍ତ ଚିକିତ୍ସା ଲୟରେ ଡାକ୍ତର ଙ୍କ ଦେଖା ନଥିବା ଯୋଗୁଁ ଏମିତି ଘଟଣା ଘଟିଥିବା ନେଇ ଶରତ ଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏଘଟଣା ସମ୍ପର୍କରେ ପାଟଣାଗଡ଼ ଉପଖଖ୍ତ ଚିକିତ୍ସା ଅଧିକାରୀ ଙ୍କୁ ପଚାରି ବାରୁ ମୁଁ ଆଜି ଏଘଟଣା ସମ୍ପର୍କରେ ଜାଣିବାକୁ ପାଇଲି ନୁଆ ନୁଆ ଏହି ହସ୍ପିଟାଲ ଟା ହୋଇଛି ସେଥିପାଇଁ ଟିକେ ଡିଉଟି ପାଇଁ ଅସୁବିଧା ହେଉଛି । ଆମେ ଦୁଇ ଜଣ ଡାକ୍ତର କୁ ଦେବୁ ସେମାନେ ରେଗୁଲାର ଡିଉଟି କରିବେ । ଆଜି ୫ ଟାରେ ଗୋଟିଏ ବୈଠକ ଅଛି ତାର ସମାଧାନ କରିବୁ ବୋଲି ତାଙ୍କର ପ୍ରତିକ୍ରିୟା ରଖିଥିଲେ ।


Paylaş:

Bir yorum bırakın

E-posta adresiniz yayınlanmayacaktır. Gerekli alanlar * ile işaretlenmiştir

Bu sitedeki deneyiminiz çerezlere izin verilerek iyileştirilecektir Çerez Politikası