LaraMag - Sistem Berita / Majalah Laravel Multibahasa

Header
collapse
...
Home / Odisha / ଲଗାଣ ବର୍ଷା ଯୋଗୁଁ ଜଳ ବନ୍ଦିରେ ବିଦ୍ୟାଳୟ

ଲଗାଣ ବର୍ଷା ଯୋଗୁଁ ଜଳ ବନ୍ଦିରେ ବିଦ୍ୟାଳୟ

Jul 30, 2026  Sachchida Nanda Mahakur  21 kali dilihat
ଲଗାଣ ବର୍ଷା ଯୋଗୁଁ ଜଳ ବନ୍ଦିରେ ବିଦ୍ୟାଳୟ

ପାଟଣାଗଡ଼ : ସାରା ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି । ପାଟଣାଗଡ଼ ବ୍ଳକରରେ ୧୪୨ ମିଲିମିଟର ବର୍ଷା ହେଇଥିବା ରେକର୍ଡ କରାଯାଇଛି । ଏହାର ପ୍ରଭାବରେ ପାଟଣାଗଡ ଶିକ୍ଷା ବିଭାଗ ଅଧିନରେ ଥିବା ଘସିଏନ ସ୍ବରାଜ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୩ ଦିନ ହେଲା ଜଳବନ୍ଦୀ ଅବସ୍ଥାରେ ରହିଛି । ଫଲରେ ମଙ୍ଗଳବାର ଦିନ ପାଠପଢା ସମ୍ପୁର୍ଣ୍ଣ ଭାବେ ଠପ୍ ହେବାସହ ଛାତ୍ରଛାତ୍ରୀ ମାନେ ମଧ୍ୟାହ୍ନ ଭୋଜନ ପାଇଁବାରୁ ବଞ୍ଚିତ ହୋଇଥିଲେ । କିନ୍ତୁ ବୁଧବାର ଓ ଗୁରୁବାର ଏହି ସ୍କୁଲ ସମ୍ମୁଖରେ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁ ଛାତ୍ରଛାତ୍ରୀ ମାନଙ୍କୁ ସ୍ଥାନାନ୍ତର କରାଯିବା ଫଳରେ ପଠାପଢା ସ୍ବଭାବିକ ହୋଇଥିଲା । ଏଥିସହ ଛାତ୍ରଛାତ୍ରୀ ମାନେ ମଧ୍ୟାହ୍ନ ଭୋଜନ ମଧ୍ୟ ଖାଇଥିଲେ । ତେବେ ଉକ୍ତ ସ୍କୁଲର ପାଚେରି ଦେଇ ଯାଇଥିବା ଗାଁର ଡ୍ରେନରେ ଆଣ୍ଠୁଏ ରୁ ଉର୍ଦ୍ଧ ବାଲି ଭର୍ତ୍ତି ହୋଇଯାଇଥିବା କାରଣରୁ ଏପରି ସମସ୍ୟା ଉପୁଜିଥିବା ନେଇ ସ୍କୁଲର ଶିକ୍ଷକ ଦ୍ଵୟ ଲକ୍ଷ୍ମୀକାନ୍ତ ବାଗ ଓ ଶିବପ୍ରସାଦ ମହାକୁଡ଼ ଅଭିଯୋଗ ଆଣିଛନ୍ତି । ଏଥିପ୍ରତି ପଞ୍ଚାୟତ କତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି ।

 

 


Bagikan:

Tinggalkan komentar

Alamat email Anda tidak akan dipublikasikan. Kolom yang wajib diisi ditandai *

Pengalaman Anda di situs ini akan ditingkatkan dengan mengizinkan cookie Kebijakan Cookie