LaraMag - Sistem Berita / Majalah Laravel Multibahasa

Header
collapse
...
Home / Odisha / ପାଟଣାଗଡ଼ ଗସ୍ତରେ ପିସିସି ସମବାୟ ପ୍ରକୋଷ୍ଠ ଅଧ୍ୟକ୍ଷ , ବିଭିନ୍ନ ସମବାୟ ସମିତିକୁ କଲେ ପରିଦର୍ଶନ

ପାଟଣାଗଡ଼ ଗସ୍ତରେ ପିସିସି ସମବାୟ ପ୍ରକୋଷ୍ଠ ଅଧ୍ୟକ୍ଷ , ବିଭିନ୍ନ ସମବାୟ ସମିତିକୁ କଲେ ପରିଦର୍ଶନ

Jul 29, 2026  Sachchida Nanda Mahakur  26 kali dilihat
ପାଟଣାଗଡ଼ ଗସ୍ତରେ ପିସିସି ସମବାୟ ପ୍ରକୋଷ୍ଠ ଅଧ୍ୟକ୍ଷ  ,  ବିଭିନ୍ନ ସମବାୟ ସମିତିକୁ କଲେ ପରିଦର୍ଶନ

ପାଟଣାଗଡ଼: ପିସିସି ସଭାପତି ଭକ୍ତ ଚରଣ ଦାସ ଙ୍କ ନିର୍ଦ୍ଦେଶ କ୍ରମେ ପାଞ୍ଚ ଦିନିଆ ପଶ୍ଚିମ ଓଡିଶା ଗସ୍ତରେ ପିସିସି ସମବାୟ ପ୍ରକୋଷ୍ଠ ଅଧ୍ୟକ୍ଷ ତଥା ଅଖିଳ ଭାରତୀୟ କିଷାନ କଂଗ୍ରେସ ସଂଯୋଜକ ଅମିୟ ପଟ୍ଟନାୟକ  ଆସି ଥିବାବେଳେ ଏହି ପରିପ୍ରେକ୍ଷିରେ ବୁଧବାର ବଲାଙ୍ଗୀର ଜିଲ୍ଲା ଗସ୍ତରେ ଆସି ପାଟଣାଗଡ ଠାରେ ଜିଲ୍ଲା ସଭାପତି ଅନୀଲ ମେହେର ଙ୍କ ଉପସ୍ଥିତି ତଥା ଉପସଭାପତି ଅଜିତ ପୁରୋହିତ ଙ୍କ ସଂଯୋଜନାରେ ବିଭିନ୍ନ ସମବାୟ ସମିତିକୁ ପରିଦର୍ଶନ କରି  ଚାଷୀ ନେତା ,କୃଷକ ସଂଗଠନ ଓ ଚାଷୀ ମାନଙ୍କ  ସହିତ ଆଲୋଚନା କରିଥିଲେ ।  ସାର,କୃଷି ଋଣ ଏବଂ କୃଷି ବୀମାର ତଥ୍ଯ ସଂଗ୍ରହ ପାଇଁ ପାଟଣାଗଡ ବ୍ଳକ ତମିଆଁ,ସୁନାମୁଦି ଏବଂ ଖପ୍ରାଖୋଲ ବ୍ଳକର ଲୁହାସିଙ୍ଗା ସେବା ସମବାୟ ସମିତିକୁ ପରିଦର୍ଶନ କରିଥିଲେ । ତମିଆଁରେ ସମିତି ସଦସ୍ଯ ମାନେ ପେଡି ବୋନସ ସମବାୟ ସମିତିକୁ ଦିଆ ଯାଉନଥିବା ଅଭିଯୋଗ କରିଥିଲେ । ସେହିପରି ସୁନାମୁଦିରେ ପୂର୍ବ ପ୍ୟାକ୍ସ ସମ୍ପାଦକ ମୌସମ ବେହେରା ଆର୍ଥିକ ଅନିୟମିତତା ସହ ସାର ବିକ୍ରି କରିଥିବା ସହ  ନୂତନ ଦାୟିତ୍ବ ନେଇ ଥିବା ସମ୍ପାଦକ ଙ୍କୁ କୌଣସି ଦାୟିତ୍ବ ଦେଉନଥିବାରୁ ଚାଷୀ ମାନେ ସାର ପାଇ ପାରୁନାହାଁନ୍ତି  । ଏପରିକି ସେମାନେ ବିମାଭୁକ୍ତ ହୋଇ ପାରୁନାହି ବୋଲି ଅଭିଯୋଗ କରିଥିଲେ । ଲୁହାସିଙ୍ଗା ପ୍ୟାକ୍ସରେ ମଧ୍ଯ ୨୦୨୫ ମସିହାରେ ଖପ୍ରାଖୋଲ ତହସିଲଦାର ଙ୍କ ଉପସ୍ଥିତିରେ ମରୁଡି ଘୋଷଣା ସର୍ଭେ ହୋଇଥିବା ବେଳେ ମରୁଡି ସହାୟତା ଏପର୍ଯ୍ୟନ୍ତ ମିଳିନଥିବା ଚାଷୀ ମାନେ ଅଭିଯୋଗ କରିଥିଲେ । ବର୍ତ୍ତମାନ କୃଷିବୀମା ହେଉଥିବା ବେଳେ ଆସନ୍ତା ୩୦ ତାରିଖ ପଯ୍ୟନ୍ତ ସମୟସୀମା ରହିଛି ହେଲେ କୌଣସି ପ୍ୟାକ୍ସରେ ବୀମାଭୁକ୍ତ ଚାଷୀ ଙ୍କ ପଞ୍ଜିକରଣ ଅତ୍ୟନ୍ତ ନଗନ୍ୟ ରହିଛି ।  ତାର ମୁଖ୍ଯ କାରଣ ବୀମା କମ୍ପାନୀ ଦ୍ବାରା ପ୍ରଚାର ପ୍ରସାର କରାଯାଉ ନଥିବାରୁ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏସବୁ ସମସ୍ୟା କୃଷି ମନ୍ତ୍ରୀ ଙ୍କ ନିଜ ନିର୍ବାଚନ ମଣ୍ଡଳୀ ରେ ହେଉଥିବା ବେଳେ ଚାଷୀ ଙ୍କ ପ୍ରତି ଆନ୍ତରିକତା  ନାହିବୋଲି ପାଟଣାଗଡ ଠାରେ ଏକ ସାମ୍ବାଦିକ ସମ୍ମିଳନୀର କରି ସୁଚନା ଦେଇଥିଲେ । ଏହି ସମସ୍ତ ସମସ୍ୟା ଗୁଡିକର ସମାଧାନ ପାଇଁ ବଲାଙ୍ଗୀର ଜିଲ୍ଲାପାଳ ଏବଂ ଡିଆରସିଏସ ଙ୍କୁ ଦୋଷ ଦେବା ସହ କୃଷି ମନ୍ତ୍ରୀଙ୍କୁ ଜବାବ ମାଗିଥିଲେ  । ଅଳ୍ପ ଦିନ ମଧ୍ଯରେ ଏ ସମସ୍ତ ଅଭିଯୋଗର ସମାଧାନ ନହେଲେ ଜିଲ୍ଲା ବ୍ୟାପି ବିଭିନ୍ନ ସ୍ଥାନରେ କଂଗ୍ରେସ ରାଜ ରାସ୍ତା କୁ ଓହ୍ଲାଇବ ବୋଲି ସାମ୍ବାଦିକ ସମ୍ମିଳନୀ ରେ ଚେତାବନୀ ଦେଇଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଅନୀଲ ମେହେର । ଶ୍ରୀ ପଟ୍ଟନାୟକ ଙ୍କ ଗସ୍ତ ଓ ସାମ୍ବାଦିକ ସମ୍ମିଳନୀରେ କିଷାନ ସେଲ ଅଧ୍ୟକ୍ଷ ପତିତପାବନ ପଧାନ, ପାଟଣାଗଡ ବ୍ଲକ କଂଗ୍ରେସ ସଭାପତି ସାଧୁଚରଣ ମେହେର, ଖପ୍ରାଖୋଲ ବ୍ଳକ କଂଗ୍ରେସ ସଭାପତି ଦେବରାଜ ବାରିକ, ପାଟଣାଗଡ ବ୍ଲକ ଯୁବ କଂଗ୍ରେସ ସଭାପତି କେଶବ ଶିକା ଙ୍କ ସହ କଂଗ୍ରେସ ଦଳର ବିଭିନ୍ନ ଛାମୁଆ ସଂଗଠନ ର କର୍ମକର୍ତ୍ତା ଉପସ୍ଥିତ ଥିଲେ ।


Bagikan:

Tinggalkan komentar

Alamat email Anda tidak akan dipublikasikan. Kolom yang wajib diisi ditandai *

Pengalaman Anda di situs ini akan ditingkatkan dengan mengizinkan cookie Kebijakan Cookie