LaraMag - Sistem Berita / Majalah Laravel Multibahasa

Header
collapse
...
Home / Odisha / ଉପମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ତମିଆଁ ମିନି ଷ୍ଟାଡିୟମ୍ ଉଦ୍‌ଘାଟିତ

ଉପମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ତମିଆଁ ମିନି ଷ୍ଟାଡିୟମ୍ ଉଦ୍‌ଘାଟିତ

Jul 26, 2026  Sachchida Nanda Mahakur  22 kali dilihat
ଉପମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ତମିଆଁ ମିନି ଷ୍ଟାଡିୟମ୍ ଉଦ୍‌ଘାଟିତ

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ତମିଆଁ ଗ୍ରାମ ପଞ୍ଚାୟତର ସ୍ଥାନୀୟ ହାଇସ୍କୁଲ ପଡିଆ ଠାରେ ନୂତନ ଭାବେ ନିର୍ମିତ ହୋଇଥିବା ମିନି ଷ୍ଟାଡିମକୁ ଉପମୁଖ୍ୟମନ୍ତ୍ରୀ ତଥା  ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂଦେଓ ଶନିବାର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ପାଟଣାଗଡ ଉପଜିଲ୍ଲାପାଳ ସୁନୀଲ  ମେହେର,  ଉପଖଖ୍ତ ପୁଲିସ ଅଧିକାରୀ ସଦାନନ୍ଦ ପୁଝାରୀ, ବିଡ଼ିଓ ସୁମନ ମିଞ୍ଜ, ତହସିଲଦାର ରୁଦ୍ର ମୋହନ ନାୟକ, ଉପଖଖ୍ତ ବନ୍ୟାଞ୍ଚଳ ଅଧିକାରୀ , ଲରମ୍ଭା ଥାନା ଅଧିକାରୀ ଭାନୁ ଶଙ୍କର ଯାଦବ, ଓଡିଶା କୋଲ୍ ଆଣ୍ଡ୍ ଆଣ୍ଡ ପାୱାର ଲିମିଟେଡର ଅଧିକାରୀଙ୍କ ସହ ବିଭିନ୍ନ ବିଭାଗର  ଅଧିକାରୀମାନେ ଉପସ୍ଥିତ ସ୍ଥିତ ଥିଲେ I ଏହି ଉଦ୍‌ଘାଟନି ଉତ୍ସବରେ ସମ୍ବଲପୁର ଓ ଝାରସୁଗୁଡ଼ା ମହିଳା ଦଳ ମଧ୍ୟରେ ଏକ ଫୁଟବଲ୍ ମ୍ୟାଚ ଅନୁ ଅନୁଷ୍ଠିତ ହୋଇଥିଲା । ଏହି ମିନି ଷ୍ଟାଡିୟମ ଦ୍ଵାରା ଅଞ୍ଚଳର ଖେଳାଳି ମାନଙ୍କ ଉତ୍ସାହ ବଢିବା ସହ ଯୁବପିଢ଼ି ଖେଳ ପ୍ରତି ଆକୃଷ୍ଟ ହେବେ ବୋଲି  ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂଦେଓ କହିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକଙ୍କ ସହ ବିଜେପି ଦଳର  କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ |


Bagikan:

Tinggalkan komentar

Alamat email Anda tidak akan dipublikasikan. Kolom yang wajib diisi ditandai *

Pengalaman Anda di situs ini akan ditingkatkan dengan mengizinkan cookie Kebijakan Cookie