LaraMag - Sistem Berita / Majalah Laravel Multibahasa

Header
collapse
...
Home / Odisha / ଯୁବ ସାମ୍ବାଦିକ ଙ୍କ ମାତୃ ବିୟୋଗ

ଯୁବ ସାମ୍ବାଦିକ ଙ୍କ ମାତୃ ବିୟୋଗ

Jul 19, 2026  Sachchida Nanda Mahakur  33 kali dilihat
ଯୁବ ସାମ୍ବାଦିକ ଙ୍କ ମାତୃ ବିୟୋଗ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡର ଯୁବ ସାମ୍ବାଦିକ ଜଗନ୍ନାଥ ଧରୁଆ ଙ୍କ ମାଆ ତୁଳସା ଧରୁଆ ( ୭୧ ) ଙ୍କର ରବିବାର ସକାଳ ୭ ଟା ସମୟରେ ତାଙ୍କର ବାସଭବନରେ ପରଲୋକ ହୋଇଛି । ସେ ଦୀର୍ଘ  ୨ ବର୍ଷରୁ ଉର୍ଦ୍ଧ୍ବ ଦିନହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ  । ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ଖବର ଜାଣିବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଥିଲା । ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ସ୍ବାମୀ ବିଭିଷଣ ଧରୁଆ ,ତିନି ପୁଅ ଜଗନ୍ନାଥ ଧରୁଆ ( ଜଗନ ), ଦେବାନନ୍ଦ ଧରୁଆ, ପ୍ରେମାନନ୍ଦ ଧରୁଆ ,ବୋହୂ, ନାତି ନାତୁଣୀ ଙ୍କ ସହିତ ତାଙ୍କ ସପରିବାର  ଉପସ୍ଥିତଥିଲେ । ତାଙ୍କର ମର ଶରୀରକୁ ଗ୍ରାମ ପରିକ୍ରମା କରାବାପରେ ସ୍ଥାନୀୟ ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର କରା ଯାଇଥିଲା । 


Bagikan:

Tinggalkan komentar

Alamat email Anda tidak akan dipublikasikan. Kolom yang wajib diisi ditandai *

Pengalaman Anda di situs ini akan ditingkatkan dengan mengizinkan cookie Kebijakan Cookie